Chanakуа Neeti
Chanakуа Neeti Preview

Chanakуа Neeti

  • Tue May 28, 2019
  • Price : 150.00
  • Diamond Books
  • Language - Oriya
This is an e-magazine. Download App & Read offline on any device.

ଚାଣକ୍ୟ ନୀତି ·        ଲକ୍ଷ୍ମୀ ଚଂଚଳା । ପ୍ରାଣ, ଜୀବନ, ଶରୀର ସବୁକିଛି ଚଂଚଳ ଓ ବିନାଶଶୀଳ । ସଂସାରରେ କେବଳ ଧର୍ମ ହିଁ  ନିଶ୍ଚଳ ଓ ସ୍ଥିର । ·        ଗୋଟିଏ ମାତ୍ର ଗୁଣବାନ ଓ ବିଦ୍ଵାନ ପୁତ୍ର ହଜାରେ ଗୁଣହୀନ ଓ ନିଷ୍କର୍ମା ପୁତ୍ରମାନଙ୍କଠାରୁ ଶ୍ରେୟସ୍କର । ·        ମାଁ ଠାରୁ କେଉଁ ଦେବତା ବଡ଼ ନୁହନ୍ତି । ·        ପିତାଙ୍କ ସବୁଠାରୁ ବଡ଼ କର୍ତ୍ତବ୍ୟ ହେଉଛି ଯେ ପୁତ୍ରକୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା । ·        ଦୁଷ୍ଟଙ୍କର ସାରା ଶରୀରରେ ବିଷ ରହିଛି । ·        ଦୁଷ୍ଟ ତଥା କଂଟାର ଦୁଇ ପ୍ରକାର ଉପଚାର ରହିଛି; ଜୋତାରେ ମଳି, ମକଚି ଦିଅ ନତୁବା ତାକୁ ଦୂରରେ ଛାଡ଼ି ଦେଇଆସ । ·        ଯାହା ପାଖରେ ଧନ ଅଛି, ତାହାର ଅନେକ ମିତ୍ର, ଭାଇ-ବନ୍ଧୁ ଓ ସଂପର୍କୀୟ ଥାଆନ୍ତି । ·        ଅନ୍ନ, ଜଳ ଓ ସୁଭାଷଣ ହେଉଛି ପୃଥିବୀର ତିନୋଟି ରତ୍ନ । ହେଲେ ମୂର୍ଖମାନେ ତୁଚ୍ଛ ପଥର ଖଣ୍ଡମାନଙ୍କୁ ରତ୍ନର ନାମ ଦେଇଛନ୍ତି । ·        ସୁନାରେ ସୁଗନ୍ଧ, ଆଖୁରେ ଫଳ, ଚନ୍ଦନରେ ଫୁଲ ନଥାଏ । ବିଦ୍ଵାନ ଧନୀ ହୋଇ ନଥାନ୍ତି କି ରାଜା ଦୀର୍ଘଜୀବୀ ହୋଇ ନଥାନ୍ତି । ·        ସମାନ ସ୍ତରୀୟ ଲୋକ ସହିତ ମିତ୍ରତା ଶୋଭା ପାଇଥାଏ । ·        କୋଇଲିର ସ୍ଵର ହେଉଛି ତା'ର ପ୍ରକୃତ ସୁନ୍ଦରତା, ପତିବ୍ରତା ହେବା ସ୍ତ୍ରୀମାନଙ୍କର ସୁନ୍ଦରତା ।